ଚାଷୀ ଆତ୍ମହତ୍ୟା ଅଭିଯୋଗ ନେଇ ଦ୍ୱିତୀୟ ଦିନ ପାଇଁ ବିଧାନସଭାରେ ହଟ୍ଟଗୋଳ

ବଲାଙ୍ଗିର, 30/03: ବଲାଙ୍ଗିର ଜିଲ୍ଲା ଆଗଲପୁର ଚାଷୀ ନନ୍ଦିଘୋଷ ବାରିକ ଆତ୍ମହତ୍ୟା ଅଭିଯୋଗ ପ୍ରସଙ୍ଗରେ ବିଧାନସଭାରେ ଦ୍ୱିତୀୟ ଦିନ ପାଇଁ ପୁଣି ହଟ୍ଟଗୋଳ. ଏନେଇ ଉପଜିଲ୍ଲାପାଳଙ୍କୁ ସମନ କରିବାକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି. କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ କନକବର୍ଦ୍ଧନ ସିଂହଦେଓ ଏହାକୁ ସମର୍ଥନ କରିଥିଲେ. ହୋହଲ୍ଲା ଯୋଗୁ ଗୃହକୁ 12ଟା 45 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା.

(Visited 1 times, 1 visits today)

You might also like

Leave A Reply

Your email address will not be published.

%d bloggers like this: